Odisha Link
Bridging the Missing Links in Odisha

କରୋନା ପାଇଁ କଣ୍ଡୋମ୍

ଓଏସ୍‌ ବ୍ୟୁରୋ: ସାରା ବିଶ୍ବକୁ କରୋନା (COVID-19) ଭାଇରସ୍‌ ଭୀତତ୍ରସ୍ଥ କରି ଦେଇଥିବା ବେଳେ ଏହା ପ୍ରଭାବରେ ୭୨୦୦ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ସାରିଲାଣି। ଏଭଳି ସମୟରେ ଆମେରିକାର ଏକ ଔଷଧ କମ୍ପାନୀ କରୋନା ନାମରେ ଏକ କଣ୍ଡୋମ୍‌ ବଜାରକୁ ଛାଡ଼ିଛି। ଏହା ବ୍ୟବହାର କଲେ COVID-19 ସଂକ୍ରମଣକୁ ଏଡ଼ାଇ ହେବ ବୋଲି କଣ୍ଡୋମ୍‌ ଖୋଳ ଉପରେ ଲେଖାଯାଇଛି।

ଏସ୍‌କେଡି ଟାକ୍ଟିକାଲ ନାମକ ଏକ ସଂସ୍ଥା ଏହି କଣ୍ଡୋମ୍‌ ବଜାରକୁ ଛାଡ଼ିଛି। ଏହା ମୂତ୍ରନଳୀ ଦେଇ କରୋନା ଭାଇରସ୍‌ ପ୍ରବେଶକୁ ବାଧାଦେବ ବୋଲି ଦାବି କରାଯାଇଛି। ଅବଶ୍ୟ ଏଭଳି ଦାବି ଏଯାଏଁ ବିଜ୍ଞାନସିଦ୍ଧ ହୋଇନାହିଁ।

ତେବେ ଅନ୍ୟ କେତେକ କଣ୍ଡୋମ ନିର୍ମାତା କମ୍ପାନୀ ଏବେ କଣ୍ଡୋମର ଭିନ୍ନ ଏକ ଅପାରମ୍ପରିକ ବ୍ୟବହାର ବାବଦରେ ପ୍ରଚାର କରୁଛନ୍ତି। ଏହାକୁ ହାତରେ ଗ୍ଲୋଭ୍‌ସ ଭାବେ ବ୍ୟବହାର କରାଯାଇପାରିବ ବୋଲି ମଧ୍ୟ ପ୍ରଚାର ହେଉଛି।

Comments are closed.