Odisha Link
Bridging the Missing Links in Odisha

ସଂପୂର୍ଣ୍ଣ ବନ୍ଦ ହେବନି ସପିଂ ମଲ୍: ସୁବ୍ରତ ବାଗଚୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କରୋନା ନେଇ ସପିଂ ମଲ୍ ସଂପର୍କରେ ସୂଚନା ଦେଇଛନ୍ତି। ସପିଂ ମଲ୍ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବନି। ମଲରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ମଲରେ ଥିବା ଗ୍ରୋସରୀ, ଖାଦ୍ୟ ସାମଗ୍ରୀ, ଔଷଧ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି।

ଏଥିସହିତ ଆବଶ୍ୟକ ନଥିଲେ ମଲ୍ ନଯିବାକୁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ। ସେହିପରି ପିଡିଏସ୍ ସାମଗ୍ରୀ ଯୋଗାଣ ନେଇ ସୁବ୍ରତ ବାଗଚୀ କହିଛନ୍ତି ଯେ, ବୃଦ୍ଧ, ବୃଦ୍ଧାମାନଙ୍କୁ ସେମାନଙ୍କ ଘରେ ରାସନ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ବିତରଣ କର୍ମଚାରୀ ଘରେ ପହଞ୍ଚି ରାସନ ସାମଗ୍ରୀ ଯୋଗାଇବେ। ଆସନ୍ତାକାଲି ଠାରୁ ଗ୍ରାମାଞ୍ଚଳରେ କରୋନା ନେଇ ସଚେତନତା କରାଯିବ। ୧୯ରେ ସବୁ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ୨୦ରେ ପଞ୍ଚାୟତ ସମିତି ଓ ୨୧ରେ ଜିଲ୍ଲା ପରିଷଦସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।

Comments are closed.