Odisha Link
Bridging the Missing Links in Odisha

ଆଇସୋଲେସନ୍‌ରେ ସଂଜୟ ଦାସ ବର୍ମାଙ୍କ ଲଣ୍ଡନ ଫେରନ୍ତା ପୁଅ

ଭୁବନେଶ୍ବର: ନିଜ ପୁଅକୁ ଘରେ ଆଇସୋଲେସନ୍‌ (ଏକାନ୍ତ କୋଠରୀରେ) ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା।

ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ, ତାଙ୍କ ପୁଅ ଅଚିନ୍‌ ଦାସ ବର୍ମା ଗତକାଲି ଲଣ୍ଡନରୁ ଫେରିଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା ମାନି ସେ ତାଙ୍କର ପଞ୍ଜୀକରଣ କରାଇବା ସହ ତାଙ୍କୁ ନିଜ ଘରେ ଏକ କୋଠରୀରେ ଆଇସୋଲେସନ୍‌ରେ ରଖିଛନ୍ତି।

କରୋନା ବିପଦକୁ ଟାଳିବା ପାଇଁ ସମସ୍ତ ରାଜ୍ରବାସୀ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରିବା ଉଚିତ ବୋଲି ସଂଜୟ କହିଛନ୍ତି। ବାହାରୁ ଆସୁଥିବା ବ୍ୟକ୍ତି ବାବଦରେ ସରକାରଙ୍କ ପ୍ରଦତ୍ତ ଟେଲିଫୋନ୍‌ ନମ୍ବର ୧୦୪ରେ ତୁରନ୍ତ ଜଣାଇବା ପାଇଁ ସେ ନିବେଦନ କରିଛନ୍ତି।

Comments are closed.