Odisha Link
Bridging the Missing Links in Odisha

ଆତ୍ମସମର୍ପଣ କଲେ ୮ ଜଣ ନକ୍ସଲ

ମାଲକାନଗିରି: ଆଜି ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮ଜଣ ନକ୍ସଲ୍‌ବାଦୀ ଆତ୍ମସମର୍ପଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦିନ ୧୧ଟା ବେଳେ ଜିଲ୍ଳା ପୁଲିସ କାର୍ଯ୍ୟାଳୟରେ ଏସ୍‌. ପି. ଋଷିକେଶ ଖିଲାରୀ, ବିଏସ୍‌ଏଫ୍‌ କମାଣ୍ଡାଣ୍ଡ୍‌ ଏ. କେ. ଆର୍ଯ୍ୟଙ୍କ ସମ୍ମୁଖରେ ଦୁର୍ଦ୍ଦାନ୍ତ ନକ୍ସଲ୍‌ବାଦୀ ସାମ୍ବା ଖାରା ଓରଫ ରଣଦେବ ଓରଫ ଦେବା ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ନକ୍ସଲ୍‌ର ଘର ମାଲକାନଗିରି ଜିଲ୍ଲାର ଲୁଚ୍ଛାପାଣି ଗ୍ରାମରେ। ୨୦୧୮ରୁ ଅଦ୍ୟାବଧି ଏକାଧିକ ଆଇଇଡି ବିସ୍ଫୋରଣ, ଗୁଳିବିନିମୟ, ନରହତ୍ୟା ଆଦି ମାମଲାରେ ସେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

Comments are closed.