Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀଙ୍କୁ ଫାଶୀ ଖୁଣ୍ଟିରେ ଝୁଲେଇଲେ ହ୍ୟାଙ୍ଗମ୍ୟାନଙ୍କୁ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ: ୩ ଥର ଡେଥ୍‌ ଓ୍ବାରେଣ୍ଟର ଖାରଜ ହେଲା ପରେ ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଛି। ଏହି କାର୍ଯ୍ୟକୁ ସମ୍ପାଦନ କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ ମୀରଟର ହ୍ୟାଙ୍ଗମ୍ୟାନ ପବନ ଜହ୍ଲାଦଙ୍କୁ ଦାୟିତ୍ୱ ଦେଇଛନ୍ତି। ଗତକାଲି ତିହାର ଜେଲର ଏକ ଟିମ୍‌ ମୀରଟ ଯାଇ ପବନଙ୍କୁ ୪ର୍ଥ ଥର ପାଇଁ ନୂଆଦିଲ୍ଲୀ ଆଣିଛନ୍ତି। ଏହାପୂର୍ବରୁ ୩ଥର ତିହାର ଜେଲ ଆସି ଫେରିଯାଇଥିଲେ ପବନ ଜହ୍ଲାଦ।

ଫାଶୀକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପବନଙ୍କୁ କେତେ ଟଙ୍କା ମିଳିବ, ତା’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ପବନଙ୍କୁ ପ୍ରତି ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ୨୦ ହଜାର ଟଙ୍କା ଲେଖାଏ ମିଳବ। ଅର୍ଥାତ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପବନଙ୍କୁ ୮୦ ହଜାର ଟଙ୍କା ମିଳିବ। ପୂର୍ବରୁ ପବନ ଷ୍ଟାଇପେଣ୍ଡ ବାବଦରେ ୩ ହଜାର ଟଙ୍କା ଲେଖାଏ ମାସିକ ପାଉଥିଲେ। ହେଲେ ଏହା ମଧ୍ୟ ତାଙ୍କୁ ଠିକ ସମୟରେ ମିଳୁ ନଥିଲା। ଫଳରେ ସେ ୨୦୧୫ ମସିହାରେ ରେ ଦରମା ପାଇଁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଦୌଡ଼ୁଥିବା ଖବର ପ୍ରସାରିତ ହୋଇଥିଲା।

ଅପରପକ୍ଷେ ଜେଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହ୍ୟାଙ୍ଗମାନଙ୍କୁ ଅତି କମରେ ୨୦ ହଜାର ଟଙ୍କା ଦିଆଯିବ।

Comments are closed.