Odisha Link
Bridging the Missing Links in Odisha

ନିର୍ଭୟା: ତିହାର ଜେଲରେ ଡମି ଫାଶୀ ଦେଲେ ପବନ ଜହ୍ଲାଦ

ନୂଆଦିଲ୍ଲୀ: ୩ ଥର ଡେଥ୍‌ ଓ୍ବାରେଣ୍ଟର ଖାରଜ ହେଲା ପରେ ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଛି। ଏହି କାର୍ଯ୍ୟକୁ ସମ୍ପାଦନ କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ ମୀରଟର ହ୍ୟାଙ୍ଗମ୍ୟାନ ପବନ ଜହ୍ଲାଦଙ୍କୁ ଦାୟିତ୍ୱ ଦେଇଛନ୍ତି। ଗତକାଲି ତିହାର ଜେଲର ଏକ ଟିମ୍‌ ମୀରଟ ଯାଇ ପବନଙ୍କୁ ନୂଆଦିଲ୍ଲୀ ଆଣିଛନ୍ତି।

ମୀରଟରୁ ପବନ ଆସିବା ବେଳେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲା। ଆଜି ପବନ ଦ୍ୱାରା ଡମି ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। ପବନ ଡମି ଫାଶୀକୁ କାର୍ଯ୍ୟକାରୀ କଲା ବେଳେ ପିଡବ୍ଲୁଡିର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ ଜେଲ କର୍ତ୍ତୃପକ୍ଷ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରକ୍ରିୟା ଜାରି ରଖିଥିବା ବେଳେ ଅନ୍ୟପଟେ ଏହାକୁ ଟାଳିବା ପାଇଁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ଆବେଦନ କରି ଚାଲିଛନ୍ତି।

Comments are closed.