Odisha Link
Bridging the Missing Links in Odisha

ଆଇସୋଲେସନରେ ଭୁବନେଶ୍ବର କଂଗ୍ରେସ ସଭାପତିଙ୍କ ସମ୍ପର୍କୀୟ

ଭୁବନେଶ୍ୱର : ହୋମ ଆଇସୋଲେସନରେ ଭୁବନେଶ୍ବର କଂଗ୍ରେସ ସଭାପତିଙ୍କ ସମ୍ପର୍କୀୟ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁତୁରା ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଲଣ୍ଡନର ୱାରିକ ୟୁନିଭରସିଟିରେ ଅଧ୍ୟୟନ କରୁଥିବା ମାନସଙ୍କ ପୁତୁରା ସମ୍ଭବ ଚୌଧୁରୀ ଆଜି ଲଣ୍ଡନରୁ ଓଡ଼ିଶା ଫେରିଛନ୍ତି। ଘରକୁ ଫେରିବା ପରେ ଓଡ଼ିଶା ସରକାରଙ୍କ କରୋନା ସଂକ୍ରାନ୍ତୀୟ ୱେବସାଇଟରେ ସମ୍ଭବ ନିଜ ନାମ ପଞ୍ଜୀକରଣ କରି ହୋମ ଆଇସୋଲେସନରେ ରହିଛନ୍ତି।

ସମ୍ଭବଙ୍କ ସମ୍ପର୍କରେ ବାପା ସନ୍ତୋଷ କୁମାର ଚୌଧୁରୀ କହିଛନ୍ତି ଯେ, କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ତେବେ ଆମେ ସତର୍କ ଓ ସଚେତନ ହେଲେ କରୋନାକୁ ମୁକାବିଲା କରିପାରିବା ପୁଅ ଆଜି ଲଣ୍ଡନରୁ ଫେରିଛି। ତା ଦେହରେ କରୋନା ଭାଇରସ୍‌ର କୌଣସି ଲକ୍ଷଣ ନଥିଲେ ବି ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ପଞ୍ଜୀକରଣ କରାଯାଇଛି ଏବଂ ହୋମ ଆଇସୋଲେସନରେ ରଖାଯାଇଛି।

ସୂଚନାଯୋଗ୍ୟଯେ, ଗତକାଲି ଗଜପତି ମହାରାଜ ଆମେରିକାରୁ ଫେରିବା ପରେ ଏବେ ହୋମ ଆଇସୋଲେସନରେ ରହିଥିବାବେଳେ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ପୁଅ ଲଣ୍ଡନରୁ ଫେରିବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି । ଏଥିସହ ଆଇଏଏସ ଅଫିସର ଭିନୀଲ କ୍ରୀଷ୍ଣା ମଧ୍ୟ ଆଇସୋଲେସନରେ ରହିଛନ୍ତି।

Comments are closed.