Odisha Link
Bridging the Missing Links in Odisha

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ହୋମ୍‌ କ୍ୱାରେଣ୍ଟାଇନ୍‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ। ସାଉଦି ଆରବରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେଠାରୁ ଫେରିବା ପରେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତି ନେଇଛନ୍ତି। ମାର୍ଚ୍ଚ ୧୦ରେ ସାଉଦି ଆରବରେ ଆୟୋଜିତ ଦ୍ୱିତୀୟ ସେର୍ପାସ୍‌ ମିଟିଙ୍ଗରେ ଯୋଗ ଦେବାକୁ ସୁରେଶ ଯାଇଥିଲେ। ଏହା ସହ ଏକାଧିକ ବଲିଉଡ୍ ଷ୍ଟାର ଆଇସୋଲେସନରେ ରହିଛନ୍ତି।

ବର୍ତ୍ତାମାନ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ତେବେ ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ ମାମଲା ରହିଛି। ମହାରାଷ୍ଟ୍ରରେ ସମୁଦାୟ ୩୮ ଏବେ କେରଳରେ ୨୫ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଶସ୍ତ୍ର ବାହିନୀରେ ଜଣେ କୋଭିଡ -୧୯ ସଂକ୍ରମିତ ଥିବା ଜଣା ପଡିଛି।

Comments are closed.