Odisha Link
Bridging the Missing Links in Odisha

WHO: ଭ୍ରମରେ ନ ରୁହନ୍ତୁ ଯୁବଗୋଷ୍ଠୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ସାରା ବିଶ୍ବରେ ବର୍ତ୍ତମାନ ୯ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଦିନକୁ ଦିନ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନଜରରେ ରଖି ବିଶ୍ବର ଯୁବଗୋଷ୍ଠୀ ପାଇଁ ପରାମର୍ଶ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଯୁବଗୋଷ୍ଠୀଙ୍କୁ ସତର୍କ କରିବାକୁ ଯାଇ କହିଛି ଯେ, କରୋନା ଭୂତାଣୁ ଯୁବଗୋଷ୍ଠୀକୁ ମଧ୍ୟ ଆକ୍ରାନ୍ତ କରିଛି ଓ ପ୍ରାଣ ମଧ୍ୟ ନେଲାଣି। ଏଥିପାଇଁ ଯୁବଗୋଷ୍ଠୀ ବୃଦ୍ଧ ଓ ରୋଗୀଙ୍କଠାରୁ ଦୂରରେ ରହିବା ଉଚିତ୍।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶକ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ, ଦୁନିଆ ସାରା ୨,୧୦,୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ନିକଟରେ କରୋନା ପଜିଟିଭ୍‌ ଭୂତାଣୁ ପରିଲିକ୍ଷିତ ହୋଇଛି। କରୋନେରେ ଏପର୍ଯ୍ୟନ୍ତ ୯୦୦୦ ଲୋକଙ୍କ ପ୍ରାଣ ଗଲାଣି। ଏଥିସହିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ ପ୍ରତ୍ୟେକ ଦିନ ବିଶ୍ବବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ।

ଏପର୍ଯ୍ୟନ୍ତ କରୋନା ଭାଇରସ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଛି। ଦୁନିଆର କିଛି ଦେଶର କରୋନା ଆକ୍ରାନ୍ତଙ୍କ ରିପୋର୍ଟ ଗ୍ରହଣ କରାଯାଇଛି। WHO ପକ୍ଷରୁ କୁହାଯାଇଛି ହାରାହାରି ୫୦ ବର୍ଷରୁ କମ ଲୋକ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। WHOର ନିର୍ଦ୍ଦେଶକ କହିଛନ୍ତି ଯେ, କରୋନାରେ ଯୁବଗୋଷ୍ଠୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇ ପାରନ୍ତି ଓ ତାଙ୍କ ଜୀବନକୁ ବିପଦ ମଧ୍ୟ ରହିପାରେ।

Comments are closed.