ସାର୍କ ରାଷ୍ଟ୍ରରେ ୯୬୦ କରୋନା ଆକ୍ରାନ୍ତ: ପାକିସ୍ତାନରେ ଅଧିକ, ନେପାଳରେ କମ

ଓଏଲ୍ ବ୍ୟୁରୋ: ଭାରତ ସମେତ ସାର୍କ ରାଷ୍ଟ୍ର ସମୁହରେ ଆଜି ସୁଦ୍ଧା ୯୬୦ ଜଣଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିଥିବା ପରୀକ୍ଷଣ ହୋଇଛି। ମୋଟ ୧୨ ଜଣ ଏଯାବତ୍ ଏଥିରେ ମୃତ୍ୟୁବରଣ କରିଛନ୍ତି।
୮ଟି ସାର୍କ ଦେଶ ମଧ୍ୟରୁ ପାକିସ୍ତାନରେ ସର୍ବାଧିକ ୪୯୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଦ୍ବିତୀୟରେ ରହିଛି ଭାରତ। ଭାରତରେ ୩୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶ୍ରୀଲଙ୍କାରେ ୭୭, ଆଫଗାନିସ୍ଥାନରେ ୨୪, ବାଂଲାଦେଶରେ ୨୪, ମାଲଦୀପରେ ୧୩, ଭୂଟାନରେ ୨ ଓ ନେପାଳରେ ଜଣେ ଆକ୍ରାନ୍ତ ହୋଇଛନ୍ତି। ବାଂଲାଦେଶରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି।