Odisha Link
Bridging the Missing Links in Odisha

କରୋନା ମୁକାବିଲା: ଓଏସ୍ଆଇସି ଦେଲା ୩ଲକ୍ଷ ଟଙ୍କା ସହାୟତା ରାଶି

ଭୁବନେଶ୍ବର: ସାରା ବିଶ୍ବ ଏବେ କରୋନା ମହାମାରୀକୁ ନେଇ ଚିନ୍ତାରେ। ମହାମାରୀ କରୋନା ଦିନକୁ ଦିନ ଭାରତରେ କାୟା ମେଲାଉଛି। ଆଜି ଭାରତରେ କରୋନାରେ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ହେତୁ ରାଜ୍ୟରେ ମୋଟ ୨ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ଏବଂ ଏମାନଙ୍କ ସ୍ମାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସରକାର କହିଛନ୍ତି।

ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ କରିଛନ୍ତି। ଏଥିସହିତ ବିଭିନ୍ନ ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନ ଓ ଜନସାଧାରଣଙ୍କୁ ରିଲିଫ୍‌ ଫଣ୍ଡକୁ ଦାନ କରିବାକୁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଆର୍ଥିକ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସଆଇସି)। ଓଏସଆଇସିର ଅଧ୍ୟକ୍ଷ ଚିନ୍ମୟ ସାହୁ ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୩ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଭଳି ସମୟରେ ଓଏସଆଇସିର କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Comments are closed.