Odisha Link
Bridging the Missing Links in Odisha

ଓଡ଼ିଶା ଗଣମାଧ୍ୟମ ମୁଖ୍ୟମାନଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଓ ଖବର ସରବରାହ ସଂସ୍ଥା ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସ୍ଥାନୀୟ ଏନ୍‌ଆଇସି କାର୍ଯ୍ୟାଳୟରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ। କରୋନା ମୁକାବିଲା ପାଇଁ ଗଣମାଧ୍ୟମ କିଭଳି ସହଯୋଗ କରିପାରିବ ସେ ନେଇ ଆଲୋଚନା ହୋଇଥିଲା। ଏ ଅବସରରେ କରୋନା ଭୂତାଣୁ ସଂକ୍ରମଣ ବନ୍ଦ କରିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ମୋଦି ଗଣମାଧ୍ୟମ ମୁଖ୍ୟମାନଙ୍କ ପରାମର୍ଶ ଲୋଡ଼ିଥିଲେ।

Comments are closed.