Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ବିଧାନସଭା: ଆସ୍ଥା ଭୋଟରେ ଶକ୍ତି ଦେଖାଇଲେ ଶିବରାଜ, ଆସିଲେନି କଂଗ୍ରେସ ବିଧାୟକ

ଭୋପାଲ: ଗତକାଲି ରାତି ୯ଟାରେ ୪ର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବରାଜ ସିଂହ ଚୌହାନ ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ଆସ୍ଥା ଜିଣିଛନ୍ତି। ବିଜେପି ପାଖରେ ଆବଶ୍ୟକ ମ୍ୟାଜିକ ନମ୍ବର ଥିବାରୁ ସହଜରେ ଆସ୍ଥା ଭୋଟ ଜିତି ନେଇଛି ବିଜେପି।

କଂଗ୍ରେସରୁ ବିଜେପି ଆସିଥିବା ସିନ୍ଧିଆଙ୍କ ସହ ୨୨ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ମ୍ୟାଜିକ୍‌ ନମ୍ବର ୧୦୪କୁ ଖସିଆସିଛି। ବିଜେପିର ୧୦୭ ଜଣ ବିଧାୟକଙ୍କ ସହ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ସ୍ୱାଧୀନ ବିଧାୟକମାନେ ମଧ୍ୟ ସମର୍ଥନ ଦେଇଛନ୍ତି। ଅର୍ଥାତ ବିଜେପି ପାଖରେ ମୋଟ ୧୧୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଫଲରେ ଆଜିର ଆସ୍ଥା ଭୋଟରେ ବିଜେପି ସହଜରେ ବିଜୟୀ ଲାଭ କରିଛି।

Comments are closed.