Odisha Link
Bridging the Missing Links in Odisha

କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ମୁମ୍ବାଇ: ଗତକାଲି ମୁମ୍ବାଇରେ ଜଣେ ୬୫ ବର୍ଷୀୟ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି। ସେ ୟୁଏଇରୁ ଫେରି କସ୍ତୁରବା ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୁମ୍ବାଇରେ ଏହି ବୃଦ୍ଧ ଜଣଙ୍କ ମୃତ୍ୟୁ ସହ ଦେଶର ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଗତକାଲି ଯାଏଁ ଏହି ସଂଖ୍ୟା ୯ରେ ଥିଲା। ଦେଶରେ ଏବେ ସୁଦ୍ଧା ମୋଟ ୪୯୨ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ସାରା ବିଶ୍ବରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟ ୩ ଲକ୍ଷ ୮୧ ହଜାରରେ ପହଁଞ୍ଚିଛି। କରୋନା ପାଇଁ ୧୬, ୫୦୦ ଜଣଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇ ସାରିଲାଣି।

Comments are closed.