Odisha Link
Bridging the Missing Links in Odisha

କରୋନା: ପୁଣିଥରେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟୁଇଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୋଦି ଟୁଇଟ କରି କହିଛନ୍ତି ଯେ, କରୋନା ଭାଇରସର ବିସ୍ତାର ସମ୍ବନ୍ଧରେ କିଛି ଗୁରୁତ୍ବପୂର୍ଣ୍ଣ କଥା ଦେଶବାସୀଙ୍କ ସହ ଶେୟାର କରିବି। ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବି। ଏପରି କିଛି କହିଛନ୍ତି ମୋଦି।

ସୂଚନାଥାଉକି ମାର୍ଚ୍ଚ ୧୯ ତାରିଖରେ ମଧ୍ୟ କରୋନ ଭାଇରସକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଜନତାଙ୍କୁ ସଚେତନତା ବାର୍ତ୍ତା ଦେବା ସହ ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ମୋଦିଙ୍କ ଏହି ଆହ୍ବାନକୁ ଦେଶବାସୀ ମଧ୍ୟ ସ୍ବାଗତ କରିଥିଲେ ଫଳରେ ୨୨ ମାର୍ଚ୍ଚରେ ସାରା ଭାରତରେ ପାଳିତ ହୋଇଥିଲା ଜନତା କର୍ଫ୍ୟୁ।

Comments are closed.