Odisha Link
Bridging the Missing Links in Odisha

ପୂରା ଦେଶ ଲକଡାଉନ: କଣ ଖୋଲା, କଣ ବନ୍ଦ?

ଭୁବନେଶ୍ବର: ଆଜିଠୁ ସାରା ଦେଶ ୨୧ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ। ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସାମାଜିକ ଦୂରତା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଜଣେ ଅନ୍ୟ ଜଣଙ୍କ ଠାରୁ ଦୂରରେ ରହିଲେ ହିଁ କରୋନାର ପ୍ରକୋପ ରହିବ ନାହିଁ। ତେଣୁ କୋରାନ ମୁକାବିଲା ପାଇଁ କେହି ଘରୁ ବାହାରନ୍ତୁନି ବୋଲି ଦେଶବାସୀଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଏହି ୨୧ ଦିନିଆ ଲକଡାଉନ ବେଳେ କଣ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ତାହା ଉପରେ ଏକ ଗାଇଡଲାଇନ ଜାରି କରାଯାଇଛି। ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି। ଜରୁରୀ ସେବାକୁ ନେଇ ଗାଇଡଲାଇନ ଜାରି ହୋଇଥିବା ବେଳେ ନଜର ପକାନ୍ତୁ କେଉଁ କେଉଁ ସେବା ଲକଡାଉନ ସମୟରେ ଖୋଲା ରହିବ।

ଖୋଲା ରହିବ:
ଲକଡାଉନ ସମୟରେ ଜରୁରୀକାଳୀନ ସେବା ସଂସ୍ଥା, ମେଡିକାାଲ, ପୋଲିସ ଥାନା, ବିଜୁଳି ଉତ୍ପାଦନ ଓ ଟ୍ରାନ୍ସମିଶନ ୟୁନିଟ, ପାଣି, ପୋଷ୍ଟ ଅଫିସ, ପରିବା, କ୍ଷୀର, ଔଷଧ, ଫଳ, ରାସନ ଦୋକାନ, ବ୍ୟାଙ୍କ, ବୀମା, ଏଟିଏମ, ଗଣମାଧ୍ୟମ ସଂସ୍ଥା, ଇଣ୍ଟରନେଟ ସେବା, ବ୍ରଡକାଷ୍ଟ ଓ କେବୁଲ ସର୍ଭିସ୍, ପେଟ୍ରୋଲ ପମ୍ପ, ଗ୍ୟାସ, ମେଡିସିନ ଷ୍ଟୋର, ନର୍ସିଙ୍ଗ ହୋମ୍, ଜରୁରୀ କାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡି ଚାଲୁ ରହିବ।

ବନ୍ଦ ରହିବ:
ତେବେ ଲକଡାଉନ ସମୟରେ ସରକାରୀ ଅଫିସ, ଘରୋଇ ସଂସ୍ଥା ବନ୍ଦ ରହିବ। ସ୍କୁଲ, କଲେଜ, ଟ୍ରେନିଂ ସେଣ୍ଟର, ବିଭିନ୍ନ ଧାର୍ମିକ ସ୍ଥଳ ବନ୍ଦ ରହିବ। ସେହିପରି ସବୁ ପ୍ରକାରର ପରିବହନ ବି ବନ୍ଦ ରହିବ।

Comments are closed.