Odisha Link
Bridging the Missing Links in Odisha

ଲକଡାଉନ ନିଷ୍ପତ୍ତି ସ୍ବାଗତଯୋଗ୍ୟ, ସରକାରଙ୍କୁ ସମର୍ଥନ କରିବୁ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ପ୍ରମୁଖ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ସେ ପତ୍ର ମାଧ୍ୟମାରେ ୨୧ ଦିନର ଲକଡାଉନ ନି‌ଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ଏଥିସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଚିନ୍ତା କରିବା ପାଇଁ କହିଛନ୍ତି ସୋନିଆ ଗାନ୍ଧୀ।

ସେ ଆହୁରି କହିଛନ୍ତି ଯେ, ୬ମାସ ପାଇଁ ସମସ୍ତ ଇଏମଆଇକୁ ସ୍ଥଗତ ରଖିବା ନେଇ କେନ୍ଦ୍ର ସରକାର ଚିନ୍ତା କରିବା ଉଚିତ୍। ବ୍ୟାଙ୍କଗୁଡିକ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସୁଧ ମଧ୍ୟ ଏହି ଅବଧି ପାଇଁ ଛାଡ କରାଯିବା ଉଚିତ୍ ବୋଲି ସୋନିଆ କହିଛନ୍ତି।ଏଥିସହିତ ସେ କହିଛନ୍ତି ଯେ, ୨୧ ଦିନ ପାଇଁ ସରକାରଙ୍କ ଦ୍ବାର ହୋଇଥିବା ଲକଡାଉନ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ ଏବଂ ଏହାର ଆମେ ପୂରା ସମର୍ଥନ କରୁଛୁ ବୋଲି କହିଛନ୍ତି ସୋନିଆ ଗାନ୍ଧୀ।

ଦିନକୁ ଦିନ କରୋନା ଭାଇରସର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି। କରୋନା ଭାଇରସରେ ଭାରତରେ ଏପର୍ଯ୍ୟନ୍ତ ୬୪୯ ଜଣ ଅକ୍ରାନ୍ତ ରେଗାୀ ଚିହ୍ନଟ ହୋଇଛନ୍ତି। ସେହିମଧ୍ୟରୁ ୬୦୨ ଜଣ ଭାରତୀୟ ଓ ୪୭ ଜଣ ବିଦେଶୀ ଅଛନ୍ତି। ଏଯାବତ୍‌ କରୋନା ଭାଇରସର ସଂକ୍ରମଣରେ ଭାରତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୪୩ ଜଣ ବ୍ୟକ୍ତି କରୋନା ଭାଇରସରୁ ଭଲ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ମେଡିକାଲରେ ୫୯୩ ଜଣଙ୍କ ଚିକିତ୍ସା କରାଯାଉଛି।

Comments are closed.