Odisha Link
Bridging the Missing Links in Odisha

କରୋନା ମୁକାବିଲା: କଟକରେ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ବ୍ୟବସ୍ଥା

କଟକ: ମହାମାରୀ କରୋନା ମୁକାବିଲା ପାଇଁ ସମଗ୍ର ଦେଶ ୨୧ ଦିନ ପାଇଁ ଲକଡାଉନ। ସାମାଜିକ ଦୂରତ୍ତ୍ବ ଓ ବଜାର ଉପରେ ନିୟନ୍ତ୍ରଣ ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହଯୋଗରେ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେ ଦିଗରେ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଘର ଘରମାନଙ୍କରେ ସେବା( ହୋମ୍ ଡେଲିଭରି) ଯୋଗାଇଦେବା ପାଇଁ ସିଏମସି ତରଫରୁ ପଦକ୍ଷେପ ନିଆଯାଇଛି।

କଟକରେ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍ ଏବଂ ମେଟ୍ଟୋ ସୁପର୍ ମାର୍କେଟକୁ ଏଥିରେ ସାମିଲ କରାଯାଇଛି ବୋଲି ସିଏମସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସେ ସବୁ ସ୍ଥାନମାନଙ୍କର ଠିକଣା, ଯୋଗାଯୋଗ ନଂ ଗୁଡ଼ିକ ମଧ୍ୟ ପ୍ରଦାନ କରିଛନ୍ତି।

 

Comments are closed.