Odisha Link
Bridging the Missing Links in Odisha

୨ୟ ଦିନରେ ଲକଡାଉନ: ସେୟାର ବଜାରରେ ବୃଦ୍ଧି

ମୁମ୍ବାଇ: ଆଜି ସାରା ଦେଶରେ ଜାରି ହୋଇଥିବା ଲକ ଡାଉନର ୨ୟ ଦିନ। ଲକଡାଉନ ହେବା ସତ୍ତ୍ବେ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁୁରୁବାର ସେୟାର ବଜାର ସବୁଜ ଚିହ୍ନରେ ଖୋଲିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୩୪୮.୬୩ ଅଙ୍କ ଅର୍ଥାତ୍‌ ୧.୨୨ ପ୍ରତିଶତ ବୃଦ୍ଧି ପାଇ ୨୮୮୮୪.୪୧ରେ ପହଁଞ୍ଚିଛି।

ଅପରପକ୍ଷେ ନେଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫଟି ୧୨୦.୬୫ ଅଙ୍କ ଅର୍ଥାତ୍‌ ୧.୪୫ ପ୍ରତିଶତ ବୃଦ୍ଧି ପାଇ ୮୪୩୫.୫ରେ ପହଁଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି। ବୁଧବାର ଦିନ ୧୦ ବର୍ଷରେ ସେନସେକ୍ସରେ ଗୋଟିଏ ଦିନରେ ସବୁଠୁ ଅଧିକ।

ସକାଳ ଦିନ ୧୦ଟା ସୁଦ୍ଧା ବିଏସଇ ସେନସେକ୍ସ ୧୦୪୮.୦୯ ଅଙ୍କ ବୃଦ୍ଧି ସହିତ ୨୯୫୮୩.୮୭ ସ୍ତରରେ ପହଁଞ୍ଚିଛି। ସେହିପରି ନିଫଟିରେ ୨୪୮.୬୦ ଅଙ୍କ ବୃଦ୍ଧି ପାଇ ୮୫୬୬.୪୫ରେ ପହଁଞ୍ଚିଛି।

Comments are closed.