Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣୀ ପ୍ରସାଦ ବର୍ମା

ଲକ୍ଷ୍ନୌ: ବନ୍ଧୁତା ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବା ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣୀ ପ୍ରସାଦ ବର୍ମାଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି। ସେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସ୍ଥାନୀୟ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୨୦୦୯ରେ ସେ କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ପରେ ୨୦୧୬ରେ ପୁନର୍ବାର ସମାଜବାଦୀ ପାର୍ଟିକୁ ଫେରିଥିଲେ। ୧୯୯୬ରୁ ୧୯୯୮ ଯାଏ ସେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଥିଲେ। ୧୯୯୮, ୧୯୯୯, ୨୦୦୪ରେ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୧ରେ ସେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିଲେ। ଉତ୍ତରପ୍ରଦେଶ କୁର୍ମୀ ସମାଜର ସେ ଅପ୍ରତିଦ୍ବନ୍ଦ୍ବୀ ନେତା ଥିଲେ।

Comments are closed.