Odisha Link
Bridging the Missing Links in Odisha

COVID-19 ଓ SARS-CoV-2ର ଫୁଲଫର୍ମ କ’ଣ?

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ରୋଗର ଦାପ୍ତରିକ ନାମ COVID-19 ଥିବା ବେଳେ ଏହି ଭୂତାଣୁର ନାମ SARS-CoV-2 ରହିଛି। ତେବେ ଏଭଳି ନାମକରଣ ପଛର କାରଣ କ’ଣ? କିଏ ଏବଂ କେବେ ଏଭଳି ନାମକରଣ କଲେ ସେ ବିଷୟରେ ଆମେ ଏଇ ପାଠରେ ଜାଣିବା।

୨୦୧୯ ମସିହା ଡିସେମ୍ବର ମାସରେ ଚୀନରୁ ଏହି ରୋଗର ଉଦ୍‌ଭବ। ଚୀନର ଉହାନ ସହରରେ ପ୍ରଥମ ରୋଗୀ ଠାବ କରାଯାଇଥିଲା। ପରେ ଏହା ବ୍ୟାପକ ହୋଇଥିଲା। ଧୀରେ ଧୀରେ ଅନ୍ୟ ଦେଶ ଓ ଏବେ ପ୍ରାୟ ୮୦ ଭାଗ ବିଶ୍ବକୁ ଏ ରୋଗ ସଂଚରିଗଲାଣି। ମାହାମାରୀରେ ପରିଣତ ହୋଇଥିବା ଏହି ରୋଗ ଓ ଭୂତାଣୁର ନାମକରଣ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)।

ହୁ ୨୦୨୦ ଫେବ୍ରୁଆରୀ ୧୧ ତାରିଖରେ ଏହି ନାମକରଣ କରିଛନ୍ତି। COVID-19ର ପୂର୍ଣ୍ଣ ରୂପ ହେଉଛି corona Virus Disease 2019 ବା କରୋନା ଭୂତାଣୁ ରୋଗ ୨୦୧୯। ସେହିପରି ଏହି ଭୂତାଣୁର ଦାପ୍ତରିକ ନାମ ଦିଆଯାଇଛି SARS-CoV-2 ଯାହାର ପୂର୍ଣ୍ଣ ରୂପ ହେଉଛି ”Severe Acute Respiratory Syndrome Corona Virus 2”।

Comments are closed.