Odisha Link
Bridging the Missing Links in Odisha

କରୋନା ଭାଇରସ୍‌ ପାଇଁ ଭାରତୀୟ ରେଳର ପ୍ରସ୍ତୁତି, ଟ୍ରେନରେ ନିର୍ମାଣ ହେଲା ଆଇସୋଲେଶନ୍ କୋଚ୍

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୪୯ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୮୭୩ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ ଏହି ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଆରମ୍ଭ କରିଛି।

କରୋନା ଭାଇରସର ମୁକାବିଲା ପାଇଁ ଭାରତୀୟ ରେଳ ଟ୍ରେନ ମଧ୍ୟରେ ଆଇସୋଲେଶନ୍ କୋଚ୍ ନିର୍ମାଣ କରୁଛି। ଭବିଷ୍ୟତରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦି ବୃଦ୍ଧି ପାଏ ତେବେ ଟ୍ରେନରେ ନିର୍ମିତ ହେଉଥିବା ଆଇସୋଲେଶନ୍ କୋଚ୍‌ରେ କରୋନା ରୋଗୀଙ୍କୁ ଆଇସୋଲେଶନ୍ ରଖାଯାଇ ପାରିବ ଓ ଚିକିତ୍ସା ମଧ୍ୟ କରାଯାଇ ପାରିବ। ବର୍ତ୍ତମାନ ସମୟରେ ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିିଛି।

ସୂଚନାଥାଉକି, ସରକାରୀ ହିସାବରେ ଦେଶରେ ଏଯାବତ୍‌ ମୃତ୍ୟୁ ସଂଖ୍ୟା ୧୯ ଥିବା ବେଳେ ଗତକାଲି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସାରା ବିଶ୍ବରେ ୧୯୯ଟି ଦେଶ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ପାଇଁ ଏଯାବାତ୍‌ ୨୭ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି।

Comments are closed.