Odisha Link
Bridging the Missing Links in Odisha

ଆମେରିକାର ‘କରୋନା’ ସହରରେ ୧୩ କରୋନା ଆକ୍ରାନ୍ତ

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ସାରା ବିଶ୍ବକୁ ଭୟଭୀତ କରି ରଖିଥିବା ବେଳେ ବର୍ତ୍ତମାନ ସମୟରେ ଆମେରିକାରେ ସର୍ବାଧିକ ବ୍ୟକ୍ତି ଏହା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ତେବେ ଅନେକେ ହୁଏତ ଜାଣି ନଥିବେ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଏକ ସହର ଅଛି ଯାହାର ନାମ ‘କରୋନା’। ଏହି ସହରରେ ଏଯାବତ୍‌ ୧୩ ଜଣ ମହାମାରୀ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

କାଲିଫର୍ଣ୍ଣିଆର ରିଭର୍‌ସାଇଡ୍‌ କଣ୍ଟ୍ରୀର ଏକ ଛୋଟ ସହର ‘କରୋନା’। ସ୍ପାନିଶ ଭାଷାରେ ଏଠାରେ ଏହି କରୋନାର ଅର୍ଥ ମୁକୁଟ। ସାନ୍ତା ଆନା ନଦୀର ଉତ୍ପତ୍ତି ସ୍ଥଳ ସାନ୍ତା ଆନା ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏ ସହର ୧୮୮୬ରେ ପ୍ରତିଷ୍ଠା ହୋଇଥିଲା। ତେବେ ଜୁଲାଇ ୧୮୯୬ରେ ଏହା ବିଧିବଦ୍ଧ ସହରର ମାନ୍ୟତା ପାଇଥିଲା। ୧୯୦୦ ମସିହା ବେଳକୁ ଏହାର ଜନସଂଖ୍ୟା ୧୫୦୦ରୁ କମ ଥିବା ବେଳେ ଏବେ ୧ ଲକ୍ଷ ୭୦ ହଜାରରୁ ଅଧିକ ରହିଛି। ଏହି ସହରରେ ପ୍ରାୟ ୫୦ ହଜାର ପରିବାର ଅଛନ୍ତି।

କରୋନା ସହରରେ ଏକ ବିମାନ ବନ୍ଦର ଥିବା ବେଳେ ଅନ୍ୟ ସହର ସହ ରାସ୍ତା ଓ ମେଟ୍ରୋଲାଇନ୍‌ ସଂଯୋଗ ରହିଛି। ଏଠାରେ ପ୍ରସିଦ୍ଧ ମନଷ୍ଟର ବ୍ରାଣ୍ଡ ଏନର୍ଜି ଡ୍ରିଙ୍କ କାରଖାନା, ଫେଣ୍ଡର ସଂଗୀତ ଯନ୍ତ୍ର ଉତ୍ପାଦନ କରଖାନା ଓ ସଲିନ୍‌ ସ୍ପୋର୍ଟସ କାର୍‌ ଉତ୍ପାଦନ କାରଖାନା ରହିଛି।

Comments are closed.