କରୋନା ଭୂତାଣୁ ଯୋଗୁଁ ‘କରୋନା’ ବିଅର୍ ବେପାର ମାନ୍ଦା

ଓଏଲ୍ ବ୍ୟୁରୋ: ବିଶ୍ବ ସାରା କରୋନା ଭୂତାଣୁ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ସେଇ ସମାନ ନାମରେ ଏକ ଆମେରିକୀୟ ବିଅର୍ ବ୍ରାଣ୍ଡ୍ ବ୍ୟବସାୟ ପ୍ରଭାବିତ ହୋଇଛି। କରୋନା ଭୂତାଣୁ ବ୍ୟାପିବା ପରଠାରୁ ଆମେରିକାରେ ଏହି ବିଅର୍ ବିକ୍ରି କମିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି।
କରୋନା ବିଅର ପ୍ରସ୍ତୁତ କରୁଥିବା କମ୍ପାନୀ କନଷ୍ଟେଲେସନ୍ ବ୍ରାଣ୍ଡର ଷ୍ଟକ୍ ଦର ମଧ୍ୟ ୧୮ ଶତକଡ଼ା ହ୍ରାସ ପାଇଛି ବୋଲି ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।
ତେବେ ସିଏନ୍ବିସିର ଏକ ରିପୋର୍ଟ ଅନୁସାରେ କେବଳ କରୋନା ବିଅର୍ ନୁହେଁ, ବଡଓ୍ବାଇଜର୍ ବିଅର୍ ମଧ୍ୟ କୋଭିଡ୍-୧୯ ଦ୍ବାରା ପ୍ରଭାବିତ ହୋଇଛି। ଚୀନ୍ ହେଉଛଇ ବଡଓ୍ବାଇଜରର ସବୁଠୁ ବଡ଼ ବଜାର।