Odisha Link
Bridging the Missing Links in Odisha

ଶସ୍ତା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଏଚପିସିଏଲ, ବିପିସିଏଲ ଓ ଆଇଓସି  ବିନା ସବସିଡି ଗ୍ୟାସର ଦର କମାଇଛନ୍ତି।

୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ପ୍ରାକୃତିକ ଗ୍ୟାସର ଦାମ କମିବା ପରେ ସରକାର ଏଲପିଜି ଗ୍ୟାସର ଦାମ କମାଇଛନ୍ତି। ଏପ୍ରିଲ ୧ରୁ ଏହି ନୂଆ ଦର ଲାଗୁ କରିଛନ୍ତି ତୈଳ କମ୍ପାନୀମାନେ। ଦିଲ୍ଲୀ ବ୍ୟତୀତ କୋଲକାତାରେ ଏହି ସବସିଡି ଗ୍ୟାସର ଦାମ ୭୪୪.୫୦ ପଇସା, ମୁମ୍ୱାଇରେ ୭୧୪.୫୦ ପଇସା ଏବଂ ଚେନ୍ନାଇରେ ୭୬୧.୫୦ ପଇସା ହୋଇଛି।

Comments are closed.