Odisha Link
Bridging the Missing Links in Odisha

କରୋନା: ଭାରତରେ ୫୬ ମୃତ, ୧୫୬ ଜଣ ଆରୋଗ୍ୟ

ନୂଆଦିଲ୍ଲୀ: ଭାରତରେ ଆଜି ସକାଳ ୯ଟା ସୁଦ୍ଧା ମୋଟ ୨୩୦୧ ଜଣ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୫୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୨୦୮୮ ଜଣ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି।

ଓଡ଼ିଶାରେ ଏବେ ସୁଦ୍ଧା ୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୪ଜଣ, ଗୁଜରାଟରେ ୭ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୩ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୬ ଜଣ, ମହାରାଷ୍ଟ୍ରରେ ୧୬ ଜଣ, ପଞ୍ଜାବରେ ୪ ଜଣ, ତାମିଲନାଡୁରେ ୧ଜଣ, ତେଲେଙ୍ଗାନାରେ ୩ ଜଣ, ଉତ୍ତରପ୍ରଦେଶରେ ୨ଜଣ ଏବଂ ପଶ୍ଚମବଙ୍ଗରେ ୩ ଜଣ।

ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ।

Comments are closed.