Odisha Link
Bridging the Missing Links in Odisha

୩ ମାସର ଘରଭଡ଼ା ନ ନେବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ସହ ସାରା ଦେଶ ଲଢ଼େଇ କରୁଥିବା ବେଳେ ଲକ୍‌ଡାଉନ୍‌ କାରଣରୁ ସାଧାରଣ ଜନଜୀବନ ବେଶ୍‌ ପ୍ରଭାବିତ ହୋଇଛି। ବିଶେଷ କରି ସାଧାରଣ ଜନତାଙ୍କ ଅର୍ଥ ରୋଜଗାରର ମାଧ୍ୟମ ଏକପ୍ରକାର ବନ୍ଦ କରିଦେଇଛି ଲକ୍‌ଡାଉନ୍।

ଏ ଅବସରରେ ଓଡ଼ିଶାର ଘରମାଲିକମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅନୁରୋଧ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗରିବ ଭଡ଼ାଟିଆଙ୍କୁ ଘର ଭଡ଼ା ଛାଡ଼ କରିବା ଅଥବା ଅତି କମରେ ତିନିମାସ ପାଇଁ ଘରଭଡ଼ା ଆଦାୟ ଘଚଞ୍ଚେଇଦେବା ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆମେ ସମସ୍ତେ ଉଠିବା ଏହି କଠିନ ସମୟରେ ପରସ୍ପର ପାଇଁ ଠିଆହେବା ବୋଲି ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ। ଅନ୍ୟପଟେ ଲକ୍‌ଡାଉନ୍‌ ଅବଧି ମଧ୍ୟରେ ଯଦି କେହି ଭଡ଼ାଟିଆ ଘରଭଡ଼ା ଦେବାକୁ ଅସମର୍ଥ ତେବେ ଘରମାଲିକ ତାଙ୍କୁ କାଢ଼ି ପାରିବେନାହିଁ ବୋଲି ନବୀନ କହିଛନ୍ତି।

Comments are closed.