Odisha Link
Bridging the Missing Links in Odisha

୧୦ ଲକ୍ଷ କରୋନା ଆକ୍ରାନ୍ତ, ୫୨ ହଜାର ମୃତ

ଓଏଲ୍‌ ବ୍ୟୁରୋ: ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଡେଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୫୨ ହଜାରରୁ ଅଧିକ ହୋଇଛି। କାଲି ଗୋଟିଏ ଦିନରେ ବିଶ୍ବରେ ୭୪,୪୬୬ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ୫,୬୬୩ ଜଣଙ୍କର ମୃତ୍ୟୁ ହୋଇଛି।

ଗୋଟିଏ ଦିନରେ କେବଳ ଆମେରିକାରେ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୭୦୮ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୫୧୧ରେ ପହଞ୍ଚିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ହେଉଛି ୫,୮୧୦।

ଇଟାଲିରେ ମଧ୍ୟ ଗୋଟିଏ ଦିନରେ ୪,୬୬୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆମେରିକା ଠାରୁ ଅଧିକ ଗୋଟିଏ ଦିନରେ ୭୬୦ ଜଣ ପ୍ରାଣ ହରାଇଛନ୍ତି। ଏଯାବତ ଇଟାଲିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୨୪୨ ଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୧୩,୯୧୫।

ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୦୬୫ରେ ପହଞ୍ଚିଥିବା ବେଳେ ୧୦,୩୮୮ ଜଣଙ୍କର ପ୍ରାଣହାନି ହେଲାଣି। କେବଳ ଗେୋଟିଏ ଦିନରେ ଏଠାରେ ୯୬୧ ଜଣ ପ୍ରାଣ ହରାଇଛନ୍ତି।

ତେବେ ଗୋଟିଏ ଦିନରେ ସର୍ବାଧିକ ମୃତତ୍ୟ୍ୟୁ ଦେଖିଛି ଫ୍ରାନ୍ସ। ଏଠାରେ ୧,୩୫୫ ନୂଆ ମୃତ୍ୟୁ ସହ ମୃତକଙ୍କ ମୋଟ ସଂଖ୍ୟା ୫,୩୮୫ରେ ପହଞ୍ଚିଛି। ଇଂଲଣ୍ଡରେ ଗତକାଲି ୫୭୯ ଜଣ ମୃତ୍ୟ୍ୟବରଣ କରିଛନ୍ତି।

ଭାରତରେ ସରକାରୀ ପୋର୍ଟାଲରେ ମୃତ୍ୟୁ ସଂଖ୍ୟା ୫୩ ଥିବା ବେଳେ ବିଶ୍ବର କରୋନା ରେକର୍ଡ ରଖୁଥିବା ଓ୍ବାର୍ଲଡ ମିଟର ସାଇଟ୍‌ରେ ମୃତ୍ୟୁ ସଂଖ୍ୟା ୭୨ ବୋଲି ଉଲ୍ଲେଖ ରହିଛି। ଅନ୍ୟପଟେ ଭାରତରେ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି ବୋଲି ଡେକାନ୍‌ ହେରାଲ୍‌ଡରେ ରିପୋର୍ଟ ପ୍ରକାଶ ପାଇଛି।

Comments are closed.