Odisha Link
Bridging the Missing Links in Odisha

କରୋନା: ୫୦ ହଜାର ଟେଷ୍ଟିଂ କିଟ୍‌ ଅର୍ଡର ଦେଲା ଓଡ଼ିଶା

ଭୁବନେଶ୍ବର: ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଉ ୫୦ ହଜାର କରୋନା ପରୀକ୍ଷଣ କିଟ୍‌ କିଣିବା ପାଇଁ ଅର୍ଡର ଦେଇଛନ୍ତି। ଏହା ଛଡ଼ା ଓଡ଼ିଶାରେ ଅଧିକ ସ୍ଥାନରେ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସରକାର ନୂଆଦିଲ୍ଲୀର ଇଣ୍ଡିଆନ କାଉନ୍‌ସିଲ ଫର ମେଡିକକାଲ ରିସର୍ଚ୍ଚକୁ ଅନୁମତି ମାଗିଛନ୍ତି।

ଆଜି ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଏମକେସିଜି ମେଡିକାଲ, ବୁର୍ଲାର ଭିମ୍‌ସାର ଓ ରାଉରକେଲାର ଆଇଜିଏଚ୍; ଏହି ତିନୋଟି ସ୍ଥାନରେ କୋଭିଡ୍-୧୯ ପରୀକ୍ଷଣ ପାଇଁ ସରକାର ଆସିଏମ୍‌ଆର ଠାରୁ ଅନୁମୋଦନ ମାଗିଛନ୍ତି। ଏହା ଭିନ୍ନ ନିକଟ ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାକୁ ଅନୁମାନ କରି ସରକାର ୫୦ ହଜାର୍‌ ଟେଷ୍ଟିଂ କିଟ୍‌ ପାଇଁ ଅର୍ଡର ଦେଇଛନ୍ତି।

ରାଜ୍ୟରେ ଆଜି ୨୧୩ ଜଣଙ୍କର କରୋନା ଭୂତାଣୁ ପରୀକ୍ଷଣ ହୋଇଥିବା ବେଳେ ଏଯାବତ ମୋଟ ୧୧୧୩ ଜଣଙ୍କର ପରୀକ୍ଷା ସରିଛି। ମୋଟ ୫ ଜଣଙ୍କର ଏଯାବତ୍‌ ପଜିଟିଭ୍‌ ରିପୋର୍ଟ ଆସିଛି। ଓଡ଼ିଶାରେ ଏବେ କଟକର ଏସ୍‌ସିବି, ଭୁବନେଶ୍ବରର ଆର୍‌ଏମ୍‌‌ଆର୍‌ସି ଓ ଏମ୍‌ସ; ଏହିପରି ମୋଟ ୩ଟି ସ୍ଥାନରେ କୋଭିଡ୍-୧୯ ପରୀକ୍ଷଣ ସୁବିଧା ଉପଲବ୍ଧ ରହିଛି।

Comments are closed.