Odisha Link
Bridging the Missing Links in Odisha

ନିଜ୍ଜାମୁଦିନ୍‌ କରୋନା ସଂକ୍ରମଣ: ଓଡ଼ିଶାରୁ ଯାଇଥିଲେ ୨୭ ଜଣ, ୧୯ ଜଣ ନେଗେଟିଭ୍

ଭୁବନେଶ୍ବର: ଦିଲ୍ଲୀର ନିଜାମୁଦ୍ଦିନ୍‌ ଦରଘା କରୋନାରୁ କରୋନା ସଂକ୍ରମଣ ସାରା ଦେଶକୁ ବ୍ୟାପିଥିବା ବେଳେ ଏହି ଧର୍ମସଭାରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶରୁ ଏଯାବତ୍‌ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର କୋଭିଡ୍-୧୯ ପରୀକ୍ଷଣ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ଦେଶବ୍ୟାପୀ ଏହି ସଭାରୁ ଫେରିଥିବା ୪୦୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ବୋଲି ଜଣା ପଡ଼ିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଦରଘାରେ ଅନୁଷ୍ଠିତ ଧର୍ମସଭାରେ ୮୦୦ରୁ ଅଧିକ ବିଦେଶୀଙ୍କ ସମେତ ସାରା ଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Comments are closed.