Odisha Link
Bridging the Missing Links in Odisha

କରୋନା ଲଢ଼େଇ: ମାସ୍କ ସିଲେଇ କରୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଶ୍ରମଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ପତ୍ନୀ ନୌନନ୍ଦ କନଓ୍ବର ଘରେ ପିଲାମାନଙ୍କ ସହ ମିଶି ମାସ୍କ ପ୍ରସ୍ତୁତିରେ ଲାଗିଛନ୍ତି।

ନୌନନ୍ଦ କହିଛନ୍ତି ଯେ ସମସ୍ତେ ଯଦି ମାସ୍କ ପିନ୍ଧିବାକୁ ପାଇବେ ତେବେ କରୋନା ସଂକ୍ରମଣ ବହୁ ମାତ୍ରାରେ କମ ହୋଇପାରିବ ବୋଲି ଟିଭିରେ ବିଶେଷଜ୍ଞ କହୁଥିବାର ସେ ଶୁଣଇଛନ୍ତି। ତେଣୁ ଘରେ ସିଲାଇ ମେସିନ୍‌ ଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ ପ୍ରଚୁର ସମୟ ବି ରହିଛି। ଏହି ସମୟକୁ ୁପଯୋଗ କରି ସେ ଓ ତାଙ୍କର ପୁଅଝିଅ ମିଶି ଏେବ ମାସ୍କ ପ୍ରସ୍ତୁତିରେ ମାତିଛନ୍ତି।

ଏହି ସବୁ ମାସ୍କ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ମାଗଣା ବାଣ୍ଟିବେ ବୋଲି କହିଛନ୍ତି ନୌନନ୍ଦ। ମନ୍ତ୍ରୀପତ୍ନୀଙ୍କର ଏ ସ୍ବେଚ୍ଛାସେବା ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା ସାଉଁଟିଛି।

Comments are closed.