Odisha Link
Bridging the Missing Links in Odisha

ତିନିଟି ସୋସିଆଲ ମିଡ଼ିଆରେ ଡେବ୍ୟୁ କରିବେ ନୀତିଶ

ନୂଆଦିଲ୍ଲୀ : ଏପ୍ରିଲ ୧୪ ଯାଏ ପୁରା ଦେଶ ଲକ୍‌ ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏବେ ଘର ରହିବାକୁ ଜନସାଧାରଣଙ୍କୁ କହିଛନ୍ତି ସରକାର। ଲକଡାଉନ ସମୟରେ ଟିଭି ଦର୍ଶକଙ୍କ ପାଇଁ ୮୦ ଓ ୯୦ ଦଶକର କିଛି ସୁପରହିଟ୍‌ ଟିଭି କାର୍ଯ୍ୟକ୍ରମକୁ ପୁନରାବୃତ୍ତି ଟେଲିକାଷ୍ଟ କରିବା ପାଇଁ ଦୂରଦର୍ଶନ ନିଷ୍ପତ୍ତି ନେଇଥିଲା।

ଦୂରଦର୍ଶନରେ ପୁନଃ ପ୍ରକାଶିତ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ ରାମାୟଣ, ମହାଭାରତ , ବ୍ୟୋମେକଶ ବକ୍ସି, ସର୍କସ, ଶକ୍ତିମାନ ଭଳି କିଛି ଶୋ ରହିଛି। ଟେଲିଭିଜନ ଦୁନିଆର ସୁବର୍ଣ୍ଣଯୁଗକୁ ପୁଣି ଥରେ ଦେଖି ଦର୍ଶକ ଖୁସି ହେଉଥିବା ବେଳେ ଅନ୍ୟପଟେ ଦୂରଦର୍ଶନକୁ ମଧ୍ୟ ମିଳିିଛି ସଫଳତା।

ଦୂରଦର୍ଶନ ରେ ପ୍ରସାରିତ ହେଇଥିବା ମହାଭାରତର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ନୀତିଶ ଭରଦ୍ଵାଜ । ସେ କୃଷ୍ଣ ଭୂମିକା ନିଭେଇଥିଲେ । ଏହାକୁ ବିଆର ଚୋପ୍ରାଙ୍କ ନିର୍ଦ୍ଦେଶନା ଦେଇଥିଲେ । ତେବେ ତାଙ୍କ ଅଭିନୟରେ ଏତେ ନିଖୁଣତା ଥିଲା ଯେ,ସେ ସମୟରେ ଲୋକେ ତାଙ୍କୁ ଵାସ୍ତବ ଜୀବନର ଭଗବାନ ବୋଲି ଧରି ବସିଥିଲେ । ଏହା ଦୀର୍ଘ ୩୨ ବର୍ଷ ପରେ ପୁଣି ଥରେ ଟେଲିକାଷ୍ଟ ହୋଇଛି ।

ବର୍ତ୍ତମାନ ନୀତିଶ ଏକା ସାଙ୍ଗରେ ତିନିଟି ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମରେ ଡେବ୍ୟୁ କରିବେ ବୋଲି ସ୍ଥିର କରିଛନ୍ତି । ତାହା ହେଲା ଇଂନଷ୍ଟାଗ୍ରାମ, ଟ୍ୱିଟର ଓ ୟୁଟ୍ୟୁବ । ନିଜ ଅଭିନୀତ ସିରିଏଲର ପୁନଃ ପ୍ରସାରଣ ଖୁସିରେ ନୀତିଶ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ।

ଭିଡ଼ିଓ ଟିରେ ନୀତିଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଲୋକପ୍ରିୟତା ନେଇ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି , ‘ଆପଣ ମାନେ ମୋର ଅନଲାଇନ ଫ୍ୟାମିଲି ହୋଇଯାଇଛନ୍ତି ।

ମାତ୍ର ଦୁଇ ଦିନ ତଳେ ମୁଁ ସେୟାର କରିଥିବା ମହାଭାରତ ଭିଡ଼ିଓ ଟିକୁ ଏକ କୋଟି ୧୨ ଲକ୍ଷ ଲୋକ ସେଆର କରି ସାରିଲେଣି । ଏହା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟ । ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଚିର କୃତଜ୍ଞ ।

ବିଶେସ ଭାବେ ଆପଣ ମାନଙ୍କ ଭଲ ପାଇବା ହିଁ ମୋତେ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡ଼ିକରେ ଆକ୍ଟିଭ ରହିବା ପାଇଁ ବାଧ୍ୟ କରିଛି । କହିରଖିବା ଉଚିତ ହେବ ଯେ, ଲକ ଘୋଷଣା ପରେ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ୨ ଓଳି ପୁନଃ ପ୍ରସାରିତ ହେଉଛି ।

Comments are closed.