Odisha Link
Bridging the Missing Links in Odisha

ଖବରକାଗଜ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ଯାଜପୁର: ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ଦଶରଥପୁର ‘ସମ୍ବାଦ’ ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଏହି ଖବରକୁ ହ୍ବାଟ୍ସଆପରେ ପ୍ରଚାର କରିଥିବା କାହ୍ନୁ ଓଝାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଜି ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ଦାସ।

ଗତକାଲି ‘ସମ୍ବାଦ’ର ସ୍ଥାନୀୟ ସଂସ୍କରଣରେ କରୋନା କଟକଣା ସମୟରେ ପଞ୍ଚାୟତରେ ରିଲିଫ୍ ଅର୍ଥ ହେରଫେର ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟଟି ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ସମ୍ବଳିତ ବୋଲି ଜିଲ୍ଲାପାଳ କହିଛନ୍ତି। ଏ ନେଇ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନର୍‌ ଜିଲ୍ଲାପାଳଙ୍କୁ ଜଣାଇଥିଲେ।

Comments are closed.