Odisha Link
Bridging the Missing Links in Odisha

ସଟ୍‌ଡାଉନ୍‌ ଅମାନିଆଙ୍କୁ ପାହାର: ୨୪୦୦ ଗିରଫ, ୪୦୦୦ ଗାଡ଼ି ଜବତ

ଭୁବନେଶ୍ବର: ୨୦ ଘଣ୍ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ସଟ୍‌ଡାଉନ୍‌ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ। ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଅଭୟ କହିଛନ୍ତି ଯେ ୯୦%ରୁ ଅଧିକ ଲୋକ ସଟ୍‌ଡାଉନ୍‌ଙ୍କୁ ମାନୁଛନ୍ତି। ଯେଉଁମାନେ ଅମାନିଆ ସେମାନଙ୍କ ବିରୋଧରେ ପୁଲିସ କଡ଼ା ପଦକ୍ଷେପ ନେଉଛନ୍ତି।

ଏଯାବତ୍‌ ତିନି ସହରରେ ୨୪୦୦ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୪୦୦୦ ଗାଡ଼ି ଜବତ ହୋଇଛି। ପୁଳିସ କର୍ମଚାରୀମାନେ ନିରବଛିନ୍ନ ଭାବରେ ଏ ଅସମୟରେ ସଫଳତାର ସହ ସେବା ଯୋଗାଇ ଆସୁଥିବାରୁ ରାଜ୍ୟର ସମସ୍ତ କାର୍ଯ୍ୟରତ ଖାକିପୋଷାକଧାରୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ଅଭୟ।

ସୋସିଆଲ ମିଡିଆରେ ମିଛ ତଥ୍ୟ ପ୍ରଚାର ଉପରେ ପୁଲିସ ଆଭିମୁଖ୍ୟ କଡ଼ା ହେବ ବୋଲି ଚେତାଇ ଦେଇଛନ୍ତି ପୁଲିସ ମୁଖ୍ୟ। ମିଥ୍ୟା ତଥ୍ୟ ଛାଡ଼ନ୍ତୁ ନାହିଁ କିମ୍ବା ଆଗକୁ ଫରଓ୍ବାର୍ଡ କରନ୍ତୁନାହିଁ ବୋଲି ସେ ଅନୁରୋଧ କରିଛନ୍ତି। ଭୟ, ଘୃଣା ବା ଗୋଷ୍ଠୀ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ଭଳି ମିଛ ଖବର ପ୍ରସାରଣ ନକରିବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ବ୍ୟକ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅଭୟ କହିଛନ୍ତି। ଯଦି କାହା ପାଖରେ କୌଣସି ତଥ୍ୟ ରହିଛି ବା ସନ୍ଦେହ ରହିଛି ସିଧାସଳଖ ପୁଲିସ ସହ ଯୋଗାଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Comments are closed.