Odisha Link
Bridging the Missing Links in Odisha

ଭାରତ ଠାରୁ ୩ ସପ୍ତାହ ଆଗରେ ଆମେରିକା: ୪,୨୮୧ କରୋନା ଆକ୍ରାନ୍ତ, ଦିନକରେ ୭୦୪

ନୂଆଦିଲ୍ଲୀ: ଭାରତର କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ଆମେରିକା ଠାରୁ ମାତ୍ର ୩ ସପ୍ତାହ ପଛରେ ରହିଛି ଭାରତ। ଅର୍ଥାତ୍‌ ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮୧ ଛୁଇଁଥିବା ବେଳେ ମାର୍ଚ୍ଚ ୧୫ରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଏତିକି ରହିଥିଲା। ମାତ୍ର ୩ ସପ୍ତାହରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାରରେ ପହଞ୍ଚିଛି।

ଆଜି ଗୋଟିଏ ଦିନରେ ଭାରତରେ ୭୦୪ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ଦେଶରେ ଏଯାବତ୍‌ କରୋନା ସଂକ୍ରମଣରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା କରୋନା ତୃତୀୟ ସ୍ତରର ଚରମ ସୀମାରେ ପହଞ୍ଚିଥିବା ବେଳେ ଭାରତ ୨ ଓ ୩ ସ୍ତର ମଧ୍ୟରେ ରହିଛି ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜଣାଇଛି।

ଆଜି ସୁଦ୍ଧା ବିଶ୍ବରେ ପ୍ରାୟ ୧୩ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୭୦,୬୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହେଲାଣି।

Comments are closed.