Odisha Link
Bridging the Missing Links in Odisha

ଟ୍ରମ୍ପଙ୍କ ଧନ୍ୟବାଦର ପ୍ରତିକ୍ରିୟା ଦେଲେ ମୋଦି, କହିଲେ ”ବିପଦ ସମୟ ହିଁ ସାଙ୍ଗମାନଙ୍କୁ ନିକଟତର କରିଥାଏ”

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିପକ୍ଷରେ ଲଢ଼ାଯାଉଥିବା ଯୁଦ୍ଧରେ ଆମେରିକାକୁ ଭାରତ ସାହାଯ୍ୟ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଆମେରକି ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ରପ୍ତାନୀ କରିବା ପରେ ଭାରତ ଓ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ, ଭାରତ କୋଭିଡ-୧୯ ବିପକ୍ଷରେ ମାନବିକତା ପରୀକ୍ଷାରେ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବ।

ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ଟୁଇଟର ରିପ୍ଳେ ଦେଇ କହିଛନ୍ତି ଯେ, ‘ମୁଁ ଆପଣଙ୍କ କଥାରେ ସହମତ ଡ୍ରୋନାଲ୍ଡ ଟ୍ରମ୍ପ୍। ଏଭଳି ସଙ୍କଟ ସମୟ ହିଁ ସାଙ୍ଗମାନଙ୍କୁ ନିକଟତର କରିଥାଏ। ଭାରତ-ଆମେରିକା ସହଭାଗୀତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ଭାରତ କୋଭିଡ-୧୯ ବିପକ୍ଷରେ ମାନବିକତା ପରୀକ୍ଷାରେ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବ। ଆମେ ଏ ଯୁଦ୍ଧରେ ଜିତିବା ବୋଲି ମୋଦି ଲେଖିଛନ୍ତି।

ସୂଚନାଥାଉକି, ବୁଧବାର ଟୁଇଟ୍ କରି ଟ୍ରମ୍ପ କହିଛନ୍ତି ‘ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଭାରତର ସାହାଯ୍ୟକୁ କେବି ଭୁଲି ହେବନି। ଏଭଳି ସହଯୋଗ କରି ଭାରତ ମାନବିକତାର ପରିଚୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ ମୁଁ ଧନ୍ୟବାଦ ଦେଉଛି’।

Comments are closed.