ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ ଲକ୍ଷ ଟଙ୍କା ଦେଲେ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ

ଭୁବନେଶ୍ବର: ଅଗ୍ରଣୀ ଓଡ଼ିଆ ଫାଉଣ୍ଡେସନ୍ର ଉପଦେଷ୍ଟା ତଥା ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଡ. ଦେବବ୍ରତ ସ୍ଵାଇଁ ରାଜ୍ୟର କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ନିଜର ଗୋଟିଏ ମାସର ଦରମା ରାଜ୍ୟ କୋଭିଡ୍ ଫଣ୍ଡ (ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି)କୁ ଦାନ କରିଛନ୍ତି ଡ. ସ୍ବାଇଁ।
ବର୍ତ୍ତମାନ ବାରିପଦାରେ ଅବସ୍ଥାନ କରୁଥିବା ଡ. ସ୍ବାଇଁ ଅନ୍ଲାଇନ୍ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅଗ୍ରଣୀ ଓଡ଼ିଆ ଫାଉଣ୍ଡେସନ୍ର ସଂପାଦକ ଶୁଭେନ୍ଦୁ ଦାସ ଓ ଅନ୍ୟ କାର୍ଯ୍ୟକର୍ତ୍ତା।