Odisha Link
Bridging the Missing Links in Odisha

ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି: ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଆଜି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁହଁରେ ମାସ୍କ ପିନ୍ଧି ସାମନାକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭିଡିଓ କନଫରେନସିଂ ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ବିଷୟରେ କଥା ହୋଇଛନ୍ତି ମୋଦି। ଏଥିସହିତ ମୁଖ୍ୟମନ୍ତ୍ରୀ ମାନଙ୍କ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଜି ୧୧ଟା ବେଳେ ଭିଡିଓ କନଫରେନସିଂ ଆରମ୍ଭ ହେବା ପରେ ପ୍ରଥମେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ରିପୋର୍ଟ ଦେଖାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଏବଂ ପଞ୍ଜାବ ଏପ୍ରିଲ ୩୦ଯାଏ ଲକଡାଉନ୍ ଅବଧି ବଢ଼ାଇବାକୁ ନେଇଥିବା ନିଷ୍ପତ୍ତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ବୈଠକରେ ସାମିଲ୍ ହୋଇ ଅନେକ ରାଜ୍ୟର ଆଇନ ପରିସ୍ଥିତି, ଲୋକଙ୍କୁ ସେବା ଯୋଗାଇବା ପାଇଁ ରହିଥିବା ନିୟମ ବାବଦରେ ମଧ୍ୟ ଅବଗତ କରାଇଥିଲା। ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଆଲୋଚନ ବେଳେ ସମସ୍ତେ ମାସ୍ଖ ପିନ୍ଧିିଥିବାର ଦେଖିବାକୁ ମିଳିଛି।

ଏଥିସହିତ ଭିଡିଓ କନଫରେନ୍ସିଂ ସମୟରେ ମୋଦି କହିଛନ୍ତି ଯେ, ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି। କୋଭିଡ୍-୧୯ ବା କରୋନା ଭାଇରସ୍‌କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ୱା କିଛି କହିବାକୁ ଚାହୁଁଥିଲେ ମୋତେ କହିପାରିବେ। ଆମେ ମିଳିମିଶି ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଥାଉକି, ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୭୪୪୭ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି। ଅପରପକ୍ଷେ ୬୪୨ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୧୪ରେ ସରିବାକୁ ଯାଉଛି।

Comments are closed.