Odisha Link
Bridging the Missing Links in Odisha

କରୋନା ମୁକାବିଲା: ବିଶୋଧନ ହେଲା ପୁରୀ ବଡ଼ଦାଣ୍ଡ

ପୁରୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସହର ଓ ବିଭିନ୍ନ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଉଛି। ଏହାରି ମଧ୍ୟରେ ପୁରୀରେ ବିଶୋଧନ ପ୍ରକ୍ରିୟାକୁ ଜୋରଦାର କଲା ଜିଲ୍ଲା ପ୍ରଶାସନ। ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ହେଲା ସ୍ୱଛ। ପାଣିରେ ସୋଡିୟମ ହାଇପୋ କ୍ଲୋରାଇଚ୍ ରସାୟନ ମିଶ୍ରଣ କରି କରାଯାଉଛି ସ୍ପ୍ରେ। କରୋନା ପାଇଁ ଏବେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ସହରକୁ ବିଶୋଧନ କରିବା ଆରମ୍ଭ ହୋଇଛି। ଅଗ୍ନିଶମ ବାହିନୀ ରସାୟନିକ ସାମଗ୍ରୀ ଜରିଆରେ ଏହି ବିଶୋଧନ କରୁଛି।

ଆସନ୍ତା ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ରଥଯାତ୍ରାର ଆଦିପର୍ବ ଆରମ୍ଭ ହେବ। ସେ ଦିନ ରଥକାମ ଅନୁକୂଳ ହୋଇଥାଏ। ସେହି ଦିନଠାରୁ ରଥ କାମ ଆରମ୍ଭ ହେବା ସହିତ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ତେବେ ଲକଡାଉନ ଅବଧି ବଢ଼ିବା ପରେ ଏବେ ମହାପ୍ରଭୁ ବିନା ଭକ୍ତରେ ଚାପ ଖେଳିବେ। ସେ ପଟେ ରଥ ନିର୍ମାଣ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଆବଶ୍ୟକ ରଥ କାଠ ପର୍ୟ୍ୟାୟ କ୍ରମେ ପୁରୀରେ ପହଞ୍ଚୁଛି। ଏପ୍ରିଲ ୨୬ ତାରିଖ ରଥ ଅନୁକୂଳ ନୀତି ନିରାଡ଼ମ୍ବରରେ ପାଳିତ ହେବ। ତେବେ କରୋନା ସ୍ଥିତି ଆଶାଜନକ ଭାବେ ନିୟନ୍ତ୍ରଣ ନ ହେଲେ ଏ ନେଇ ବିଚାର କରାଯିବ ବୋଲି ଜଣାପଡ଼ିଛି।

Comments are closed.