Odisha Link
Bridging the Missing Links in Odisha

କାଜୁ ପାଇଁ ଗୋଷ୍ଠୀ ସଂଘର୍ଷ: ୨ ମୃତ, ୫ ଗୁରୁତର

ନୟାଗଡ଼: ମହାମାରୀ କରୋନା ଭାଇରସ ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍। ହେଲେ ଏହାରି ମଧ୍ୟରେ ଆସିଛି ଗୋଷ୍ଠୀ ସଂଘର୍ଷ ଖବର। ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳରେ ଗତକାଲି ଏକ କାଜୁ ଜଙ୍ଗଲକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।

ଏହି ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହାତ ହୋଇଥିବା ଜଣାପଡିଛି। ଆହାତଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଆହାତ ମାନଙ୍କୁ ପ୍ରଥମେ ଟାଙ୍ଗୀ ହସ୍ପିଟାଲ ଓ ପରେ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗିରହିଛି। ମୃତକ ମାନେ ହେଲେ ଡୁଙ୍ଗ ପ୍ରଧାନ (୪୦) ଓ ବିରଂଚି ପ୍ରଧାନ (୫୫)।

Comments are closed.