Odisha Link
Bridging the Missing Links in Odisha

ମତ୍ସ୍ୟଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡ଼ିଶାରେ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏହି ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଆସିଛି ବଡ଼ ଖବର। ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ମାଛ ଧରିବା। ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରାଯାଇଛି।

ଏହି ଗାଇଡ୍‌ଲାଇନ୍‌ ଅନୁସାରେ ମାଛ ଚାଷ କରୁଥିବା ବ୍ୟକ୍ତି ଏ ସଂକ୍ରାନ୍ତୀୟ ସବୁ କାମ କରିପାରିବେ। ଚିଙ୍ଗୁଡ଼ି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରୀର ପରିଚାଳନା କାମ ବି ହୋଇପାରିବ। ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ। ମତ୍ସ୍ୟ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ୱାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେହିପରି ଓଡ଼ିଶା କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ ସତ୍ତ୍ବେ ରବି ଋତୁରେ କୃଷି କାର୍ଯ୍ୟ ଜାରି ରଖିବାରେ କୌଣସି ଅସୁବିଧା ନାହିଁ। ସେହିପରି ଖରିଫ ଋତୁ ପାଇଁ ସମସ୍ତ ପ୍ରକାର ଜମି ପ୍ରସ୍ତୁତି ଓ ଚାଷ କାମ ହୋଇପାରିବ।

Comments are closed.