Odisha Link
Bridging the Missing Links in Odisha

୨ ‘କରୋନା ଆକ୍ରାନ୍ତ’ଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହି ୨ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆଜି ଦେଲେ ରାଜ୍ୟ ସରକାର। ସେମଧ୍ୟରୁ ଜଣେ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୨୩ ବର୍ଷର ଯୁବକ। ଏନେଇ ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱରର। ଏଥିସହିତ ଉଭୟ ମଧୁସୂଦନ ନଗର ‘କରୋନା’ ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏବେ ଉଭୟଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଏହି ଦୁଇ ଜଣଙ୍କ କଣ୍ଟାକ୍ଟ ଲିଷ୍ଟ୍‌ ଖୋଜା ଚାଲିଛି।

ଏବେ ସୁଦ୍ଧା ରାଜ୍ୟରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହାଇଛନ୍ତି। ସେମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.