Odisha Link
Bridging the Missing Links in Odisha

ୟୁପିର ଏକ ନବଜାତ ଶିଶୁର ନାମ ‘ସାନିଟାଇଜର’ ରଖିଲେ ପିତାମାତା

ସାହାରନପୁର : ସାରା ଦେଶରେ ମହାମାରୀ କରୋନା କାୟା। ଏହି ମହାମାରୀର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହାରି ମଧ୍ୟରେ ଉତ୍ତରପ୍ରଦେଶର ସାହାରନପୁର ଏକ ଖବର ଆସିଛି। ଯେଉଁଠି ଏକ ନବଜାତ ଶିଶୁ ପୁତ୍ରର ନାମ ତାଙ୍କ ବାପା ମା ସାନିଟାଇଜର ରଖିଛନ୍ତି।

ଏଭଳି ଚର୍ଚ୍ଚିତ ଖବର ଆସିଛି ଉତ୍ତର ପ୍ରଦେଶର ସାହାରନପୁର ଅଞ୍ଚଳରୁ। ସହାରନପୁରର ଏକ ଘରୋଇ ହସ୍ପିଟାଲରେ ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା। ଏବଂ ନବଜାତ ଶିଶୁର ନାମ ସାନିଟାଇଜର ରଖିଛନ୍ତି ତାଙ୍କ ବାପା ମା। ଶିଶୁର ବାପା, ମା କହିଛନ୍ତି ଯେ, ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ବିଭିନ୍ନ ସଂସ୍ଥା ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି ଏବଂ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ଏଥିପାଇଁ ଆମେ ଭାବିଲୁ ଯେ, ଆମେ ବି ଏହି ଏଭଳି କାରର୍ଯ୍ୟରେ କିଛି ସାହାଯ୍ୟ କରିବୁ। ଏଥିପାଇଁ ଆମେ ଆମ ପିଲାର ନାମ ସାନିଟାଇଜର ରଖିଛୁ ବୋଲି କହିଛନ୍ତି ଶିଶୁର ବାପା ମା।

ବିଜୟ ବିହାରର ବାସିନ୍ଦା ନବଜାତ ଶିଶୁର ପିତା ଓମବୀର ସିଂ କହିଛନ୍ତି ଯେ କରୋନାଭାଇରସ୍ ବିରୁଦ୍ଧରେ ଲଢ଼ିବାର କ୍ଷମତା ଥିବାରୁ ସେ ତାଙ୍କ ପୁଅର ନାମ ‘ସାନିଟାଇଜର’ ରଖିଛନ୍ତି। ସେ ଆହୁରି କହିଛନ୍ତି ଯେ, “ଯେତେବେଳେ ବି ଲୋକମାନେ କରୋନା ବିଷୟରେ କଥା ହେବେ, ସେମାନେ ମନେ ରଖିବେ ଯେ ‘ସାନିଟାଇଜର’ ହିଁ ସେମାନଙ୍କୁ ଉଦ୍ଧାର କରିଛି।” ସାନିଟାଇଜର ନାମକ ନବଜାତ ରବିବାର ଦିନ ଏକ ଡାକ୍ତରଖାନାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମା ମୋନିକା କହିଛନ୍ତି ଯେ ତାଙ୍କ ପୁଅର ନାମ ‘ସାନିଟାଇଜର’ ଘୋଷଣା କରିବା ମାତ୍ରେ ସମସ୍ତ ମେଡିକାଲ କର୍ମଚାରୀ ହସିବାକୁ ଲାଗିଲେ।

ସୂଚନାଯୋଗ୍ୟ, ଜନତା କର୍ଫ୍ୟୁ ଦିନ ଗୋରଖପୁରରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ‘କରୋନା’ ରଖାଯାଇଥିବାବେଳେ ଏକ ସପ୍ତାହ ପରେ ରାଜ୍ୟର ଦେଓରିଆ ଜିଲ୍ଲାରେ ଜନ୍ମ ହୋଇଥିବା ଏକ ବାଳକକୁ ‘ଲକଡାଉନ୍’ ରଖାଯାଇଛି। ସେହିପରି ରାଜ୍ୟର ରାମପୁର ଅଞ୍ଚଳରେ ଗତ ସପ୍ତାହରେ ଏକ ନବଜାତ ଶିଶୁର ନାମ ‘କୋଭିଡ’ ରଖାଯାଇଥିଲା।

Comments are closed.