Odisha Link
Bridging the Missing Links in Odisha

ଭଲ ଖବର: ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଓଡ଼ିଆ ନବବର୍ଷରେ ରାଜ୍ୟ ପାଇଁ ଭଲ ଖବର ଆସିଛି। ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୫ ଆକ୍ରାନ୍ତ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସମସ୍ତ ୫ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିବା ନେଇ ସ୍ପଷ୍ଟ କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

 ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି, “ଆମେ ଖୁସିର ସହ ଜଣାଇବାକୁ ଚାହୁଁଛୁ ଯେ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୫ ଜଣ କୋଭିଡ୍‌-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ସେମାନଙ୍କ ନମୁନା ନେଗେଟିଭ୍‌ ଆସିଛି। ସମସ୍ତଙ୍କ ପ୍ରୟାସ କ୍ରମେ ଓଡ଼ିଶା କରୋନା ଲଢ଼େଇ ଜିତୁଛି।”

ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ଅପରପକ୍ଷେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଏବେ ବି ବିଭିନ୍ନ କୋଭିଡ୍‌ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.