Odisha Link
Bridging the Missing Links in Odisha

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ବର: ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ବ୍ୟବସ୍ଥା କରାଯିବ।

ଏଥିସହିତ ଫେରୁଥିବା ଲୋକଙ୍କ ବନ୍ଧୁ ଓ ପରିବାର ମଧ୍ୟ ପଞ୍ଜୀକରଣ କରିପାରିବେ। ସେମାନଙ୍କୁ ପଞ୍ଚାୟତ ସ୍ତରରେ ୧୪ଦିନ ପାଇଁ ସଙ୍ଗରୋଧରେ ରଖାଯିବ। ସଙ୍ଗରୋଧ ରହିବା ସମୟରେ ଖାଇବା, ରହିବା, ଚିକିତ୍ସା ସବୁ ଖର୍ଚ୍ଚ ସରକାର ବହନ କରିବେ। ସଙ୍ଗରୋଧର ଅବଧି ସରିବା ପରେ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହାକୁ କାର୍ଯ୍ୟକାରି କରାଇବା ପାଇଁ ସରକାରଙ୍କ ଐତିହାସିକ ନିଷ୍ପତ୍ତି। କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି।  ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପାଇଁ ନିଆଯାଇଛି ଆବଶ୍ୟକୀୟ ଆଇନଗତ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ମେ ୩ରେ କଟକଣା ସରିବା ପରେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବେ। କେନ୍ଦ୍ର ଓ ଅନ୍ୟ ରାଜ୍ୟ ସହ ଓଡ଼ିଶା ସରକାର ଆଲୋଚନା କରିବେ। ବାହାରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.