Odisha Link
Bridging the Missing Links in Odisha

କରୋନା ମୁକାବିଲା: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ‘ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ’

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ କୋଭିଡ୍‌ ଇନ୍ଫୋ ଡେକ୍ସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଜିଠୁ ହ୍ବାଟସ୍‌ଆପ୍‌ ଜରିଆରେ ଆରମ୍ଭ ହୋଇଛି ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ।

ହ୍ବାଟସ୍‌ଆପ୍‌ ଇନ୍ଫୋ ଡେକ୍ସ ମାଧ୍ୟମରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି।

ଏଥିନିମନ୍ତେ ଇଛୁକ ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ।ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍‌ସ ଆପରେ ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି। ହ୍ୱାଟ୍ସଆପ୍ ଅପସନ୍‌କୁ କ୍ଲିକ୍ କରିବା ପରେ ଏହା ଆପଣଙ୍କ ହ୍ବାଟସ୍‌ଆପ୍‌ ସହ ସଂଯୋଗ ହେବ। ଆପଣ HI ପଠାଇବା ପରେ ପରବର୍ତ୍ତୀ ତଥ୍ୟ ଆପଣଙ୍କୁ ମିଳିବ। ଏହାବ୍ୟତୀତ ସିଧାସଳଖ ୯୩୩୭୯ ୨୯୦୦୦ରେ HI ପଠାଇବା ପରେ ମଧ୍ୟ ଆପଣଙ୍କୁ ଏନେଇ ସବୁ ତଥ୍ୟ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସବିଶେଷ ତଥ୍ୟ ଦେଇଛନ୍ତି।

Comments are closed.