Odisha Link
Bridging the Missing Links in Odisha

ସରକାରଙ୍କ ବଡ଼ ନିଷ୍ପତ୍ତି: ଫେରସ୍ତ ହେବ ଚାଇନା ଆଣ୍ଟିବଡି ଟେଷ୍ଟ କିଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଭାରତକୁ ଆସିଥିବା ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌ ଗୁଡ଼ିକ ଯେଉଁ ଦେଶର ଆସିଛି ସେହି ଦେଶକୁ ଫରୋଇ ଦିଆଯିବ। ସେହି ମଧ୍ୟରେ ଚୀନ ସାମିଲ ରହିଛି।

ଏହି କିଟ୍‌ ଗୁଡ଼ିକୁ କରୋନା ଭାଇରସ୍‌ ସଂକ୍ରମଣର ଯାଞ୍ଚ କରିବା ପାଇଁ ଅଣାଯାଇଥିଲା। ହେଲେ ଏହି କିଟ୍‌ ଗୁଡିକ ଭାରତୀୟ ମାନଦଣ୍ଡ ପୂରଣ କରି ପାରିନାହାନ୍ତି। ଯାହା ଫଲରେ ଲହି ଖରାପ କିଟ୍‌ ଗୁଡ଼ିକୁୁ ଫେରାଇ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି ଯେ, ଏଗୁଡିକ ପାଇଁ ଏପର୍ଯ୍ୟନ୍ତ କିଟ୍‌ ଆସିଥିବା ଦେଶ ମାନଙ୍କୁ ଅର୍ଥ ଦିଆଯାଇ ନାହିଁ। ଏହି କିଟ୍ ଗୁଡିକର ଫଳାଫଳକୁ ନେଇ ଅନେକ ରାଜ୍ୟରୁ ଅଭିଯୋଗ ଆସିଥିଲା।

ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୌବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ ସମସ୍ତ ତ୍ରୁଟିପୂର୍ଣ୍ଣ ଆଣ୍ଟିବଡି ଟେଷ୍ଟ କିଟ୍ ଫେରସ୍ତ କରାଯିବ। ଏହି କିଟ୍‌ ପଛରେ‌ ଆମେ ଏପର୍ଯ୍ୟନ୍ତ ଗୋଟିଏ ଟଙ୍କା ଖର୍ଚ୍ଚ କରିନାହୁଁ ବୋଲି କହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଯେତେବେଳେ ଆବଶ୍ୟକ ହୁଏ ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଆମର ବରିଷ୍ଠ ଅଧିକାରୀମାନଙ୍କୁ ପଠାଇବୁ। ସେମାନଙ୍କୁ ମନିଟରିଂ ପାଇଁ ପଠାଯିବ ନାହିଁ ।ସେମାନେ ତୁମ ହାତ ଧରି ତୁମକୁ ସମର୍ଥନ କରିବାକୁ ସେଠାରେ ଉପସ୍ଥିତ ରହିବେ। ଯାହାଦ୍ବାରା ଆଗକୁ ଅଧିକ ସାହାଯ୍ୟ କିଭଳି କରିପାରିବୁ ତାର ମତାମତ ମିଳିପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Comments are closed.