ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ କରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି।
ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜ ଆଜି ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟକୁ ଓଡିଶା ବିଜେପି ପକ୍ଷରୁ ମୁଁ ସମର୍ଥନ କରୁଛି। ଲୋକମାନଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଗାମୀ ମେ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯାହା ଲକ୍ଡାଉନ୍ ଗାଇଡଲାଇନ ଅଛି, ଏହାକୁ ପାଳନ କରାଯିବା ନେଇ ଗଜପତି ମହାରାଜଙ୍କର ବକ୍ତବ୍ୟକୁ ମୁଁ ସ୍ୱାଗତ କରୁଛି ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜ ଆଜି ଗଣମାଧ୍ୟମରେ ଦେଇଥିବା ବକ୍ତବ୍ୟକୁ ଓଡ଼ିଶା ବିଜେପି ପକ୍ଷରୁ ମୁଁ ସମର୍ଥନ କରୁଛି।
— Samir Mohanty (@SamirMohantyBJP) April 24, 2020