Odisha Link
Bridging the Missing Links in Odisha

ରାଜ୍ୟ ସରକାର ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ବାସାଞ୍ଚଳ ମଧ୍ୟରେ ଥିବା ଦେକାନ ଓ ଅନ୍ୟ ଏକକ ଦୋକାନଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।

ଦେଶବ୍ୟାପୀ ଲକ୍‌ଡାଉନ୍ କଟକଣା ଜାରି ରହିଥିବା ବେଳେ କିଛି ମାତ୍ରାରେ କୋହଳ କରିବା ସହ ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଣଳୟ। ହେଲେ ଏହି କୋହଳ ହଟସ୍ପଟ କିମ୍ବା କଣ୍ଟନେମେଣ୍ଟ ଅଞ୍ଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ମନ୍ତ୍ରାଳୟ।

ହେଲେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଓଡ଼ିଶାରେ ଦୋକାନ ବଜାର ଖୋଲିବା ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଓଡ଼ିଶାରେ ଲକ୍‌ଡାଉନ୍ କଟକଣା କୋହଳ ହେବ କି ନାହିଁ, ସମସ୍ତ ଦୋକାନ ଖୋଲିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତି ନେବେ। ମାତ୍ର ପୂର୍ବରୁ ଯେଉଁ ସବୁ ଦୋକାନ ଖୋଲା ରଖିବାକୁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଥିଲା ସେମାନେ ର୍ନିଦ୍ୱନ୍ଦ୍ୱରେ ଦୋକାନ ଖୋଲି ପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

ତେବେ ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ନଜରରେ ରଖି ନିଷ୍ପତି ନିଆଯିବା ସହ ରାଜ୍ୟ ସରକାରଙ୍କ ନିଷ୍ପତି ନ ଆସିବା ଯାଏ ଦୋକାନ ବନ୍ଦ ରହିବା ନେଇ ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ।

Comments are closed.