Odisha Link
Bridging the Missing Links in Odisha

ହସ୍ପିଟାଲରେ ଋଷି କାପୁର

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ଅଭିନେତା ଋଷି କାପୁର। ଋଷି କାପୁର ମୁମ୍ବାଇର ସାର ଏଚ୍‌ଏନ୍‌ ରିଲାଆନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ତାଙ୍କ ଭାଇ ରଣଧୀର କାପୁର ସୂଚନା ଦେଇଛନ୍ତି।

ରଣଧୀର କହିବା ଅନୁଯାୟୀ, ଋଷି କର୍କଟ ରୋଗରେ ଆକ୍ରାନ୍ତ ଏବଂ ଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ହେବାରୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥ ସ୍ଥିର ଅଛି ବୋଲି ରଣଧୀର କହିଛନ୍ତି। ଗତକାଲି ଋଷିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଋଷିଙ୍କ ପାଖରେ ତାଙ୍କ ପତ୍ନୀ ନିତୁ ଅଛନ୍ତି। ଋଷି ନ୍ୟୁର୍ୟକରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟମ୍ବରରେ ଭାରତ ଫେରିଥିଲେ।

Comments are closed.